ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଆଲୋଚନା ସରଗରମ ହୋଇଛି | ଆଜି ଶରଦ କହିଛନ୍ତି ଯେ ରୁଟି ଓଲଟାଇବାର ସମୟ ଆସିଛି। ମୁମ୍ବାଇରେ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, କେହି ମୋତେ କହିଥିଲେ ଯେ ରୁଟିକୁ ଠିକ୍ ସମୟରେ ଓଲଟାଇବାକୁ ପଡିଥାଏ, ଯଦି ରୁଟି ଠିକ ସମୟରେ ନ ଓଲଟା ଯାଏ, ତେବେ ଏହା ପୋଡ଼ିଯାଇଥାଏ | ବର୍ତ୍ତମାନ ରୁଟିକୁ ଓଲଟାଇବା ପାଇଁ ଉପଯୁକ୍ତ ସମୟ ଆସିଛି, ଏଥିରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ | ଏହି ପରିପ୍ରେକ୍ଷୀରେ ମୁଁ ଦଳର ବରିଷ୍ଠ ନେତାମାନଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ତାଙ୍କ ପୁତୁରା ତଥା ଏନସିପି ନେତା ଅଜିତ ପାୱାରଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।