ସରକାରୀ ଅର୍ଥତୋଷାରପାତ ମାମଲା: ଏସିଏଫ୍‌ ଓ ବନ ଠିକାଦାରଙ୍କୁ ୨ବର୍ଷ କାରାଦଣ୍ଡ

ବହୁ ଚର୍ଚ୍ଚିତ ୨୮ବର୍ଷ ତଳେ ବିନା ଅନୁମତିରେ ତଥା ଜାଲ କାଗଜପତ୍ର ତିଆରି କରି ମାଲକାନଗିରି ଜିଲ୍ଲା ଅଂଚଳରେ ଥିବା ଜଙ୍ଗଲ ଜମିରେ ଥିବା ଗଛ ଗୁଡିକୁ କାଟି ସରକାରୀ ଅର୍ଥତୋଷାରପାତ ମାମଲାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ କୁମାର ଏକ୍କା।

ତତ୍କାଳୀନ ପୂର୍ବତନ ଏସିଏଫ ଶରତ କୁମାର ପଣ୍ଡା ଓ ବନଠିକାଦାର ଜି.ଏମ୍ ସୁବାସ ଚନ୍ଦ୍ରବୋଷଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ ନିର୍ଦ୍ଧେଷ ଦେଇଛନ୍ତି। ଏହି ମାମଲାରେ ଜଡ଼ିତ ଥିବା  ଭାସ୍କର ମହାରଣା, ନକୁଳ ପ୍ରଧାନ, ରାମକୃଷ୍ଣ ପଟ୍ଟନାୟକ, ତ୍ରିନାଥ ନାୟକ, ଶ୍ୟାମଲାଲ ହରିଜନ, ରତିକୃଷ୍ଣ ପାତ୍ର, କୃଷ୍ଣ ଚନ୍ଦ୍ର ପାଲ, କିଶୋର ମୋହନ ଗଣ୍ଡ ଆଦି ୮ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।