ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ବାଘମାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗତକାଲି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବାଘମାରୀ ଥାନାର ଏସ୍ଆଇ ଗାୟତ୍ରୀ ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ପୋଡ଼ାଡିହସ୍ଥ ମା’ ମହିଷାଶୁଣୀ ମନ୍ଦିର ପାଶ୍ୱର୍ସ୍ଥ ଅଂଚଳରେ ଚଢ଼ଉ କରିଥିଲେ । ଚଢ଼ଉରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୧୩.୯୫ ଗ୍ରାମ ବ୍ରାଉନସୁଗାର ସହ ନମ୍ବର ପ୍ଲେଟ ବିହୀନ ଗୋଟିଏ କଳା ପଲସର ଓ ଗୋଟିଏ ନୀଳ ପଲସର ମୋଟର ସାଇକଲ ଜବତ କରାଯାଇଥିଲା ।