ବାଲିପାଟଣା ଥାନାଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହୋଇଛି। ଅସଦାଚରଣ ଓ ଦୁର୍ବ୍ୟବହାର ନେଇ ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ବନମାଳିପୁର ଆନନ୍ଦପୁର ଅଞ୍ଚଳର। ତାଙ୍କ ଅଭିଯୋଗ ଅନୁସାରେ, ମହିଳା ଜଣକ ପାରିବାରିକ କନ୍ଦଳ ଘଟଣାରେ ପୁଲିସର ନିସ୍କ୍ରିୟତାକୁ ଦାୟୀ କରିଛନ୍ତି। ପରିବାର ସଦସ୍ୟ ମହିଳାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ ବର୍ଷ ତଳୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଥାନାଧିକାରୀ ଶ୍ରୀ ମହାନ୍ତି ତାଙ୍କ ଜାତି ଓ ଚରିତ୍ରକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି।
Prev Post