ଉଦାରତା ଏବଂ ସହଯୋଗ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରିବ: ରାଷ୍ଟ୍ରପତି

ଛାତ୍ରଛାତ୍ରୀମାନେ ଜୀବନରେ ଆଗକୁ ବଢ଼ିବା ସମୟରେ ସେମାନେ ଯେତେବେଳେ ପଛକୁ ଫେରି ଚାହିଁବେ, ସେମାନେ ଏମିତି କିଛି ଲୋକଙ୍କୁ ଦେଖିବାକୁ ପାଇବେ ଯେଉଁମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିବା ଲାଗି ସମର୍ଥ ନୁହନ୍ତି। ବଞ୍ଚିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ଏବଂ ସେମାନଙ୍କୁ ଆଗକୁ ଆଣିପାରିବେ। ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଏହା କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ, ଉଦାରତା ଏବଂ ସହଯୋଗ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ। କେବଳ ନିଜର ଖୁସି ଓ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମାଜ ଓ ଦେଶର କଲ୍ୟାଣ ପାଇଁ ଚିନ୍ତା କରିବାକୁ ହେବ।

ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଅତି କମ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଭିନବ ପରିଚୟ ସୃଷ୍ଟି କରିଛି। ଜନଜାତି ପଦ୍ଧତି ଓ ସାଂସ୍କୃତିକ ପରମ୍ପରାର ମୂଳଦୁଆକୁ ସଂରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏକ ‘ପବିତ୍ର ଉପବନ’ ପ୍ରତିଷ୍ଠା କରାଯିବାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ‘ପବିତ୍ର ଉପବନ’ ପରିବେଶ ଓ ସ୍ଥାନୀୟ ବିବିଧତାର ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରାକୃତିକ ସମ୍ବଳର ଗୋଷ୍ଠୀ ଆଧାରିତ ପରିଚାଳନାର ଏହା ଏକ ଶ୍ରେଷ୍ଠ ଉଦାହରଣ ।