ଢେଙ୍କାନାଳରୁ ସନେ୍ଦହଜନକ ଡ୍ରୋନ୍ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରେଙ୍ଗାଲି କେନାଲରୁ ଏକ ମିନି ବିମାନ ଭଳି ଡ୍ରୋନ୍ ଉଦ୍ଧାର କରାଯାଇଛି ।
ଡ୍ରୋନରେ ଦୁଇଟି କ୍ୟାମେରା ଲାଗିଥିବା ବେଳେ ଏହାର ଲମ୍ବ ୭ ଫୁଟ୍ ଓ ଚଉଡା ୪ ଫୁଟ୍ ଥିଲା ।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରେଙ୍ଗାଲି କେନାଲରୁ ଏକ ସନେ୍ଦହଜନକ ଡ୍ରୋନ୍ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ହୁଡାସ୍ଥିତ ରେଙ୍ଗାଲି କେନାଲରୁ ଏକ ମିନି ବିମାନ ଭଳି ଡ୍ରୋନ୍ ଉଦ୍ଧାର କରାଯାଇଛି । ଏହି ଗାଁର କିଛି ଯୁବକ ଓ ପିଲାମାନେ ପ୍ରଥମେ ମିନି ବିମାନ ଭଳି ଦେଖାଯାଉଥିବା ଡ୍ରୋନକୁ ଦେଖି ନିଜ ପରିବାରଲୋକଙ୍କୁ ଜଣାଇଥିଲେ । ପରେ ଗାଁର ବଡ ଲୋକ ଏହାକୁ ସନେ୍ଦହଜନକ ଥିବାରୁ ତୁରନ୍ତ ଢେଙ୍କାନାଳ ସଦର ପୋଲିସକୁ ଫୋନ ଦେଇଥିଲେ ।
ସୂଚନାଯୋଗ୍ୟ, ଉକ୍ତ ଡ୍ରୋନରେ ଦୁଇଟି କ୍ୟାମେରା ଲାଗିଥିଲା । ଯାହାକୁ ଦେଖି ପ୍ରଥମେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ । ପରେ ଡ୍ରୋନକୁ ଜବତ କରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହି ଡ୍ରୋନର ଲମ୍ବ ୭ ଫୁଟ୍ ଓ ଚଉଡା ୪ ଫୁଟ୍ ଥିଲା । କିନ୍ତୁ ଏହା କେଉଁ ପରିସ୍ଥିତିରେ ସେଠାରେ ପଡିଲା ଓ କାହିଁକି ଏହାକୁ କେହି ଉଦ୍ଧାର କରିନଥିଲେ ସେନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏନେଇ ଢେଙ୍କାନାଳ ପୋଲିସ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରିଦେଇଛି ।