୧୧୮୧ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
ରାଜ୍ୟରେ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୧୧୮୧ ମେଡିକାଲ ଅଫିସରଙ୍କୁ ରାଜ୍ୟ ସରକାର ନିଯୁକ୍ତ ଦେଇଛନ୍ତି ।
ଅନଲାଇନ କାଇନସେଲିଂ ପରେ ଚୟନ କରାଯାଇଛି
ଭୁବନେଶ୍ୱର: ରାଜ୍ୟରେ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୧୧୮୧ ମେଡିକାଲ ଅଫିସରଙ୍କୁ ରାଜ୍ୟ ସରକାର ନିଯୁକ୍ତ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ ଅଫିସରଙ୍କ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଓଏଚ୍ଏମ୍ଏସ୍ କ୍ୟାଡର ଅଧିନରେ ଏଲୋପାଥି ଡାକ୍ତରମାନଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଏନଆଇସି ଦ୍ୱାରା ଅନଲାଇନ୍ କାଉନସେଲିଂ ପରେ ସେମାନଙ୍କୁ ଚୟନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମେଡିକାଲ ଅଫିସରଙ୍କୁ ନିଯୁକ୍ତ ଦିଆଯିବ ।