ଯାଜପୁରରେ ବଡ ଧରଣର ଡକାୟତି:୭ ଜଣ ଲୁଟେରା ସେନକୋ ଗୋଲ୍ଡ ‌ସୋରୁମରେ ଲୁଟି ନେଲେ ୧୨ କୋଟିର ସୁନା ଓ ହୀରା

ଗ୍ରାହକ ସାଜି ଡକାୟତି

ଅନ୍ୟ ଗ୍ରାହକମାନଙ୍କ ଉପରେ ମଧ୍ୟ ଆକ୍ରମଣ ସହ ମୋବାଇଲ ଛଡାଇ ନେଲେ

ଯାଜପୁର:ଆଜି ମଧ୍ୟାହ୍ନରେ ଯାଜପୁର ରେ ବଡଧରଣର ଲୁଟ ହୋଇଛି। ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସେନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ। ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବା ବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ଅନ୍ୟ ୩ ଜଣ ପ୍ରବେଶ କରିଥିବା ମୋଟ ୭ ଜଣ ‌ସୋରୁମ ଭିତରକୁ ଯାଇଥିଲେ। ସେମାନେ ସୋରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରିଥିବା ବେଳେ କିଛି ‌ଲୁଟେରା ପୁରା ‌ସୋରୁମରେ କଳାକନା ବୁଲାଇ ଦେଇଛନ୍ତି। ୧୭ କେଜିର ସୁନା ସହ ହୀରା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଲୁଟେରା। ତେବେ କିଛି ରୂପା ଅଳଙ୍କାରକୁ ଛାଡି ଯାଇଛନ୍ତି। ତେବେ ସୁରକ୍ଷା କର୍ମୀଙ୍କୁ ସେମାନେ ମାଡ ମାରିବା ସହ ତାଙ୍କ ବନ୍ଧୁକ ଛଡାଇ ନେଇଥିଲେ। ଏହି ସମୟରେ ସୋରୁମରେ ସୁନା କିଣିବାକୁ ଅ୍ରାସିଥିବା ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇନେଇ ତାଙ୍କୁ ମଧ୍ୟ ବନ୍ଧୁକ ମୁନରେ ଭୟଭୀତ କରିଥିଲେ। ତେବେ ଖବର ପାଇଁ ଯାଜପୁର ପୁଲିସ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି। ସହରର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି। ତେବେ କିଛି ମହିଳା କର୍ମଚାରୀ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି।