ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା: ଆଜି ୮ଟି ଜିଲ୍ଲାକୁ ହିଟ୍ ୱେଭ୍ ଜାରି
ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ହିଟ୍ ୱେଭ୍ ଜାରି
ସୋନପୁର, ଅନୁଗୁଳ, ଦେବଗଡ ଓ ବଲାଙ୍ଗିରକୁ ମଧ୍ୟ ସତର୍କତା ଜାରି ପାଇଁ ପରାମର୍ଶ
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି । ଆସନ୍ତା ୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେଭ୍ ସ୍ଥିତି ଜାରି ରହିବ । ଏ ନେଇ ୮ଟି ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଓ ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଏହି ସବୁ ଜିଲ୍ଲାରେ ପାରଦ ୪୫ ଡିଗ୍ରି ପର୍ୟ୍ୟନ୍ତ ଛୁଇଁବାର ସମ୍ଭାବନା ରହିଛି।