ଓଡ଼ିଶା ରାଜପରିବାର ଉପରେ ଘରୋଇ ହିଂସା ମାମଲା: ଅର୍କେଶ ସିଂହଦେଓଙ୍କ ବିରୋଧରେ ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ
ଘରୋଇ ହିଂସା ସହ ଯୌତୁକ ନିର୍ଯ୍ୟାତନା ଅଭିଯୋଗ
ଅର୍କେଶଙ୍କ ସହ ବାପା ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଏଥିରେ ସମ୍ପୃକ୍ତ
ଡେରାଡୁନ : ବଲାଙ୍ଗୀର ରାଜପରିବାର ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ରାଜପରିବାର ବିରୋଧରେ ବୋହୁ ଆଦ୍ରିଜା ଘରୋଇ ହିଂସାର ମାମଲା ଦାୟର କରିଛନ୍ତି। ଅନଙ୍ଗ ଉଦୟ ସିଂହଦେଓ ଓ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ବୋହୁ ଆଦ୍ରିଜା ମଞ୍ଜରୀ ସିଂହ ଘରୋଇ ହିଂସା, ଯୌତୁକ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। କିନ୍ତୁ ସ୍ଥାନୀୟ ପୁଲିସ କୌଣସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଦ୍ରିଜା ନିକଟରେ ଉତ୍ତରାଖଣ୍ଡ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଭେଟି ନ୍ୟାୟ ଦାବି କରିଥିବା ବେଳେ ଡିଜିପି ଏହି ମାମଲା ଡେରାଡୁନ୍ ସହକାରୀ ଆରକ୍ଷୀ ଅଧୀକ୍ଷକ (ଏଏସ୍ପି)ଙ୍କୁ ହସ୍ତାନ୍ତର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଦ୍ରିଜା ଏ ନେଇ ଡେରାଡୁନ ଥାନାରେ ଅଭିଯୋଗ କରିଥିଲେ। ହେଲେ, ପୁଲିସ କୌଣସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଦ୍ରିଜା ନିକଟରେ ଉତ୍ତରାଖଣ୍ଡ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଭେଟି ନ୍ୟାୟ ଦାବି କରିଥିବା ବେଳେ ଡିଜିପି ଏହି ମାମଲା ଡେରାଡୁନ୍ ସହକାରୀ ଆରକ୍ଷୀ ଅଧୀକ୍ଷକ (ଏଏସ୍ପି)ଙ୍କୁ ହସ୍ତାନ୍ତର କରିଛନ୍ତି। ଡେରାଡୁନର ସ୍ଥାନୀୟ ମିଡିଆ ହାଉସରେ ପ୍ରକାଶିତ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଦ୍ରିଜା ତାଙ୍କ ଅଭିଯୋଗରେ ଅଭିଯୋଗ କରିଛନ୍ତି ଯେ, ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ ତଥା ତାଙ୍କ ସ୍ୱାମୀ ଥରେ ସୁପାରୀ ହତ୍ୟାକାରୀଙ୍କୁ ଫସାଇ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। “ଏ ସଂକ୍ରାନ୍ତରେ ମୁଁ ଏକ ଅଭିଯୋଗ ରୁଜୁ କରିଛି। ମୁଁ ଅନେକ ଥର ପୁଲିସକୁ ଫୋନ୍ କଲି, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଉତ୍ତରାଖଣ୍ଡ ପୋଲିସ କାହିଁକି ମୋତେ ସାହାଯ୍ୟ କରୁନାହିଁ ମୁଁ ବୁଝିପାରୁନାହିଁ। ମୋ ପାଇଁ ନ୍ୟାୟ ପାଇଁ ମୁଁ ଡିଜିପିଙ୍କୁ ଭେଟିଛି” ବୋଲି ଆଦ୍ରିଜା କହିଛନ୍ତି। ସେପଟେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି ଅଦ୍ରିଜା ସିଂ। ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ଆଦ୍ରିଜା ଏବେ ନିଜ ପରିବାର ସଦସ୍ୟଙ୍କ ସହ ଉତ୍ତରାଖଣ୍ଡରେ ରହୁଛନ୍ତି ।