ବିକ୍ରମଙ୍କୁ ଅର୍ଥ, ସୁଦାମାଙ୍କୁ ଶିକ୍ଷା, ସାରଦାଙ୍କୁ ଶ୍ରମ ବିଭାଗ
୩ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଂଟନ
ନିରଞ୍ଜନଙ୍କ ହାତରେ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ଅନ୍ତ ହେଲା ସମସ୍ତ କଳ୍ପନାଜଳ୍ପନା । ୩ ମନ୍ତ୍ରୀଙ୍କୁ ବିଭାଗ ଦାୟିତ୍ୱ ବଂଟନ କଲେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କ୍ୟାବିନେଟ ମନ୍ତ୍ରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ହେଲେ ସୁଦାମ ମାର୍ଣ୍ଡି । ସାରଦା ପ୍ରସାଦ ନାୟକଙ୍କୁ ମିଳିଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ । ବିକ୍ରମ କେଶରୀ ଆରୁଖଙ୍କୁ ଦିଆଗଲା ଅର୍ଥ ବିଭାଗ । ନିରଞ୍ଜନ ପୂଜାରୀଙ୍କ ହାତରୁ ଅର୍ଥ ବିଭାଗ ଯିବା ପରେ ତାଙ୍କୁ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱ ବଂଟନ କରାଯାଇଛି ।