ନୂଆ ସବ୍ ଡିଭିଜନ ସମର୍ଥନରେ ୮ ଘଣ୍ଟିଆ ଜଳେଶ୍ୱର ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ
ଯୁବ ଛାତ୍ର ସଂଗଠନ ପକ୍ଷରୁ ଜଳେଶ୍ୱର ବନ୍ଦ ଡାକରା
ଜରୁରୀକାଳୀନ ସେବାବ୍ୟତୀତ ବ୍ୟବସାୟିକ ପ୍ରତିଷ୍ଠାନ, କାର୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି
ଜଳେଶ୍ୱର: ପୃଥକ ଜଳେଶ୍ୱର ଉପଖଣ୍ଡ ଗଠନ ଦାବିରେ ଜଳେଶ୍ୱର ଯୁବ ଛାତ୍ର ସଂଗଠନ ପକ୍ଷରୁ ସୋମବାର ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିଛି।
ଜରୁରୀକାଳୀନ ସେବାବ୍ୟତୀତ ବ୍ୟବସାୟିକ ପ୍ରତିଷ୍ଠାନ, କାର୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ସକାଳୁ ବନ୍ଦ ରହିଥିବା ବେଳେ ସାଧାରଣ ପରିବହନ ବନ୍ଦ କୁ ସମର୍ଥନ ଜଣାଇଥିଲା।
ଜଳେଶ୍ୱରର ସମସ୍ତ ବାସିନ୍ଦାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଦର୍ଶାଇ ଜଳେଶ୍ୱର ଯୁବ ଛାତ୍ର ସଂଗଠନ ପକ୍ଷରୁ ସମସ୍ତଙ୍କୁ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରାଯାଇଛି।