ବେଆଇନ ରୂପେ ଗୋ ଚାଲାଣ କରୁଥିବା ବେଳେ ପୋଲିସର ଚଢାଉ

୩ ଜଣଙ୍କୁ ଗିରଫ କରି ଏକ ଗୋରୁ ବୋଝେଇ ପିକ୍ଅପ ଜବତ କରାଯାଇଛି।

ଗୋ ଚାଲାଣ ଗାଡି କଲିକତା ସ୍ଥାନାନ୍ତରିତ କରାଯାଉଥିଲା

କରଂଜିଆ: ରବିବାର ମଧ୍ୟରାତ୍ରୀ ପ୍ରାୟ ୨.୩୦ ସମୟ ଜାତୀୟ ରାଜପଥ ୪୯ ପାର୍ଶ୍ୱ ଖିରେଇଟାଙ୍ଗରି ନିକଟସ୍ଥ ଧାନବେଣୀ ଗ୍ରାମ ନିକଟରେ ଏକ ଗୋରୁବୋଝେଇ ଟ୍ରକକୁ ତୁରୁମୁଙ୍ଗା ଥାନା ଆରକ୍ଷୀ ନିରୀକ୍ଷକ ହରିଶଙ୍କର ନାୟକ ଜବତ କରି ୩ଜଣଙ୍କୁ ଗିରଫ କରିଥିବା ବେଳେ, ଭୋର ୫ଟା ସମୟରେ କରଞ୍ଜିଆ ଥାନା ଉପ ଆରକ୍ଷୀ ନିରୀକ୍ଷକ ଅଜୟ କୁମାର ରାଉଳ ଚଢ଼େଇଭୋଳ ଫାଣ୍ଡି ନିକଟରୁ ଏକ ଗୋରୁବୋଝେଇ ପିକଅପକୁ ଜବତ କରିଛନ୍ତି| ଖବର ମୁତାବକ ଏସବୁ ଗାଡି କଲିକତାକୁ ସ୍ଥାନାନ୍ତରିତ କରାଯାଉଥିଲା, ଜବତ ଗୋରୁ ମାନଙ୍କୁ କରଞ୍ଜିଆ ସ୍ଥିତ ଗୋଧାମକୁ ହସ୍ତାନ୍ତର କରାଯାଇଛି| ଏହିଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି ଏଵଂ ପୋଲିସ ମାନଙ୍କୁ ଏହି ଘଟଣାପାଇଁ ଗୁଳିଚାଳନା ମଧ୍ୟ ହୋଇଛି, ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଠାରେ ପ୍ରକୃତରେ ଗୋ ଚାଲାଣ କରୁଥିବା ଦୋଷୀ ସହିତ ଯେଉଁମାନେ ଏମାନଙ୍କୁ ଗୋ ବିକ୍ରି କରୁଛନ୍ତି ତାଙ୍କୁ ମଧ୍ୟ ଦୋଷୀ ରୂପେ ଦଣ୍ଡ ବିଧାନ କରିବା ଉଚିତ ନୁହେଁ କି? ତେଣୁ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହୁଏତ କିଛି ମାତ୍ରାରେ ଏହି ଗୋ ଚାଲାଣ ରୋକାଯାଇ ପାରିବ।