ବିଷଧର ନାଗ ସାପ କାମୁଡାରେ ବୃଦ୍ଧା ମୃତ
ବୃଦ୍ଧା ଜଣକୁ ଆସିକା ମେଡିକାଲକୁ ନେଇଥିଲେ
ସର୍ପ ଦଶଂନରେ ତାଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି
ଆସିକା,୨୨/୫- ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ପଚାଂୟତ କୁମ୍ଭାରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଦିନ ପ୍ରାୟ ୧୦ ଘଟଂ ସମୟରେ ବୃଦ୍ଧା ପାର୍ବତୀ ବେହେରା ବସୟ ୭୦ କୈାଣସି ଏକ କାର୍ଯ୍ୟ ପାଇଁ ନିଜ ଘର ବାରି ପଟକୁ ଯାଇଥିଲେ । ସେଠାରେ ଏକ ବିଷଧର ନାଗ ସାପ ତାଙ୍କୁ ଗୋଡକୁ କାମୁଡି ଥିଲା । ଏହାପରେ ସେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ନିକଟରେ ଥିବା ଗ୍ରାମବାସୀ କଣ ହୋଇଛି ବୋଲି ଦେଖିବା ପାଇଁ ବୃଦ୍ଧା ପାର୍ବତୀ ନିକଟକୁ ଯାଇଥିଲେ । ସେଠାରେ ଏକ ସର୍ପ ତାଙ୍କ ଗୋଡକୁ ଦର୍ଶନ କରିଥିବା ଜାଣି ପାରିଥିଲେ । ଏହାପରେ ବୃଦ୍ଧା ଜଣକୁ ଆସିକା ମେଡିକାଲକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହାପରେ ଆସିକା କୋଟିନଡା ପୋଲିସ ଆସିକା ମେଡିକାଲ ଠାରେ ପହଁଚି ମୃତ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଏହାପରେ ଶବ ବ୍ୟବଚ୍ଚେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟି ମୃତ ବୃଦ୍ଧା ଜଣକ ନିଜ ସ୍ୱାମୀ ସ୍ୱର୍ଗତ ବୁଧିଆ ବେହେରାଙ୍କ ମୃତ ପରେ ଏକାକି ରହୁଥିଲେ । ଗରିବ ଶ୍ରେଣିର ହୋଇଥିବା ଯୋଗୁଁ ଅନେକ ଯନ୍ତ୍ରଣାରେ ଜୀବନ କାଳାତିପାତ କରୁଥିଲେ । ତାଙ୍କର କୈାଣସି ପୁତ୍ର ସନ୍ତାନ ନଥିବା ସାଙ୍ଗକୁ ଦୁଇ ଝୀଅଙ୍କ ବିବାହ ପରେ ସେମାନେ ନିଜ ନିଜ ଶାଶୁ ଓ ଶ୍ୱଶୁରଙ୍କ ଘରେ ରହୁଥିଲେ । ଏତିକି ବେଳେ ସର୍ପ ଦଶଂନରେ ତାଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।