ଝାରସୁଗୁଡ଼ା ଆଇଟିଡିଏ ପାଇଁ ୯ଟି ନୂଆ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିରିମିରା ବ୍ଲକକୁ ନେଇ ଗଠିତ ନବଗଠିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ ୯ଟି ନୂଆ ପଦବୀକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
ଲଇକେରା ଓ କିରିମିରା ବ୍ଲକଅଧୀନରେ ଥିବା ସମସ୍ତ ଗାଁ ଏହି ଆଇଟିଡିଏ ଅଧୀନରେ ରହିବ।
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିରିମିରା ବ୍ଲକକୁ ନେଇ ଗଠିତ ନବଗଠିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ ୯ଟି ନୂଆ ପଦବୀକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଏହି ଦୁଇ ବ୍ଲକର ଆଦିବାସୀଙ୍କ ବିକାଶ ଓ କଲ୍ୟାଣର ଗତି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନୂଆ ପଦବୀଗୁଡ଼ିକ ମଧ୍ୟରେ ଜଣେ ପ୍ରକଳ୍ପ ପ୍ରଶାସକ, ଜଣେ ସ୍ୱତନ୍ତ୍ର ଅଧିକାରୀ, ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଣେ ସହକାରୀ ଯନ୍ତ୍ରୀ, ଜଣେ ଆକାଉଣ୍ଟାଣ୍ଟ, ଜଣେ ମୁଖ୍ୟ କିରାଣୀ, ଜଣେ କନିଷ୍ଠ କିରାଣୀ, ଜଣେ ବରିଷ୍ଠ କିରାଣୀ ଓ ଜଣେ କନିଷ୍ଠ କିରାଣୀ ରହିଛନ୍ତି।