UPSC-୨୦୨୨ ପରୀକ୍ଷାଫଳ ପ୍ରକାଶିତ

ପୁଅଙ୍କୁ ପଛରେ ପକାଇ ଝିଅଙ୍କ ବାଜିମାତ୍

ପରୀକ୍ଷାରେ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୨ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପରୀକ୍ଷାଫଳ। ୨୦୨୨ ୟୂପିଏସସି ପରୀକ୍ଷାରେ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଇଶିତା କିଶୋର ୟୂପିଏସସି ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ଗାରିମା ଲୋହିଆ ଓ ତୃତୀୟ ସ୍ଥାନରେ ଉମା ହାରାଥିନ ରହିଛନ୍ତି। ଓଡିଶାରୁ ତରୁଣ ପଟ୍ଟନାୟକ – ୩୩, ଅନୁପ ଦାସ – ୩୮ , ପ୍ରଣିତା ଦାସ – ୪୨, କସ୍ତୁରୀ ପଣ୍ଡା – ୬୭, ସୌମ୍ୟରଞ୍ଜନ – ୧୩୬, ଦୁର୍ଗା ପ୍ରସାଦ ଅଧିକାରୀ – ୧୬୨, ଗୌରବ ତ୍ରିପାଠୀ – ୨୨୬, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ – ୨୪୮, ସତ୍ୟପ୍ରକାଶ – ୨୬୧, ଆୟୁଷୀ ପ୍ରଧାନ – ୩୩୪ ,ରଶ୍ମୀ ପ୍ରଧାନ – ୪୦୫, ତେଜସ୍ବିନୀ ବେହେରା – ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ – ୬୭୦ ତମ ସ୍ଥାନରେ ରହି ଆହୁରି ଅନେକ କୃତକାର୍ଯ୍ୟ ହୋଇଛନ୍ତି।

ସାଧାରଣ ବର୍ଗରେ ୩୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗ୍ରୁପ-A ରେ ୪୭୩ ଏବଂ ଗ୍ରୁପ- B ରେ ୧୩୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆଇଏଏସ୍ ପଦରେ ୧୮୦, ଆଇଏଫ୍ଏସ ପଦରେ ୩୮, ଆଇପିଏସ୍ ପଦରେ ୨୦୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।