ମେ ୩୧ରେ ବାହାରିପାରେ ଯୁକ୍ତ ଦୁଇ ପରୀକ୍ଷାଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମେ ୩୧ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ବାହାରିବ ।

ଜୁନ ୮ରେ ବାହାରିପାରେ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର: ଓଡିଶା ଯୁକ୍ତ ଦୁଇ ପରୀକ୍ଷାଫଳ ମେ ୩୧ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମେ ୩୧ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର ଫଳାଫଳ ଘୋଷଣା ହେବାର ସମ୍ଭାବନା ରହିଛି । ଏ ନେଇ ମେ ୨୮ରେ ଯୁକ୍ତ ଦୁଇ ପରୀକ୍ଷାଫଳ ତାରିଖ ପ୍ରକାଶ ପାଇବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା ହେବ, ପରେ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶିତ ହେବ । ଜୁନ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପାଇପାରେ ବୋଲି ସୂଚନା ମିଳିଛି ।