ସ୍ୱତନ୍ତ୍ର ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ ମୋଦି
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦଘାଟନ ପାଇଁ ଏହି ମୁଦ୍ରାର ଉନ୍ମୋଚନ ହେବ । ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଅଶୋକ ସ୍ତମ୍ଭ ଏବଂ ତଳେ ସତ୍ୟମେବ ଜୟତେ ଶବ୍ଦ ରହିବ ।
୫ ଟଙ୍କିଆ ମୁଦ୍ରା ଚାରି ପ୍ରକାର ଧାତୁର ମିଶ୍ରଣରେ ତିଆରି ହେବ
ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ ପାଇଁ ସ୍ୱତନ୍ତ୍ର ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ କହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନ ଉଦଘାଟନ ସମୟରେ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିବେ । ଏହି ସ୍ମାରକୀ ମୁଦ୍ରା ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ଭାରତ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ରୂପେ କାର୍ଯ୍ୟ କରିବ । ଏହି ୭୫ ଟଙ୍କିଆ ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଅଶୋକ ସ୍ତମ୍ଭ ଏବଂ ଏହାର ତଳେ ସତ୍ୟମେବ ଜୟତେ ଶବ୍ଦ ରହିବ, ଏହା ସହିତ ତଳେ ଆନ୍ତର୍ଜାତୀୟ ସଂଖ୍ୟାରେ ଟଙ୍କାର ମୂଲ୍ୟ ଓ ପ୍ରତୀକ ରହିବ । ଭାରତ ଶବ୍ଦଟି ବାମ ପାଶ୍ୱର୍ରେ ଦେବନଗରୀ ସ୍କ୍ରିପ୍ଟରେ ଏବଂ ଡାହାଣ ପାଶ୍ୱର୍ରେ ଇଂରାଜୀରେ ଭାରତ ଶବ୍ଦ ଲେଖାଯିବ । ମୁଦ୍ରାର ଅପର ପାଶ୍ୱର୍ରେ ସଂସଦ କମ୍ପ୍ଲେକ୍ସର ଚିତ୍ର ଦେଖାଯିବ । ଦେବନଗରୀ ସ୍କ୍ରିପ୍ଟରେ ସଂସଦ ସାଙ୍କୁଲ ଏବଂ ଇଂରାଜୀରେ ସଂସଦ କମ୍ପ୍ଲେକ୍ସ ଲେଖାଯିବ । ଏହି ୪୪ ମିଲିମିଟର ବ୍ୟାସ ବିଶିଷ୍ଟ ୩୫ ଗ୍ରାମର ବୃତାକାର ମୁଦ୍ରା ଚାରି ପ୍ରକାର ଧାତୁର ମିଶ୍ରଣରେ ତିଆରି ହେବ, ଯେଉଁଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ୍ ଏବଂ ୫ ପ୍ରତିଶତ ଜିଙ୍କ୍ ରହିବ ।