ନକଲି ଆଇସକ୍ରିମ ଖାଇ ୫୦ରୁ ଅଧିକ ଅସୁସ୍ଥ
କୋରାପୁଟରେ ସମସ୍ତ ଆକ୍ରାନ୍ତ ୩ଟି ଗାଁ ବାଲିଗୁଡ଼ା, ଘଟାଗୁଡା ଓ ବୁଧାରୀ ଗ୍ରାମର ବୋଲି ଜଣାପଡ଼ିଛି। ଗ୍ରାମବାସୀ ଜଣେ ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି ହୋଇଥିବା ଆଇସକ୍ରିମ୍ ଖାଇଥିଲେ। ପରେ ରାତିରେ ସେମାନେ ବାନ୍ତି, ପେଟ ଯନ୍ତ୍ରଣା ଅନୁଭବ କରିଥିଲେ।
କୋରାପୁଟର ୩ଟି ଗ୍ରାମରେ ଘଟିଛି ଏହି ଘଟଣା
କୋରାପୁଟ: କୋରାପୁଟ ଜିଲ୍ଲାର ୩ଟି ଗାଁରେ ଶନିବାର ଆଇସ୍କ୍ରିମ୍ ଖାଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତ ଆକ୍ରାନ୍ତ ବାଲିଗୁଡ଼ା, ଘଟାଗୁଡା ଓ ବୁଧାରୀ ଗ୍ରାମର ବୋଲି ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ ଗ୍ରାମବାସୀ ଜଣେ ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି ହୋଇଥିବା ଆଇସକ୍ରିମ୍ ଖାଇଥିଲେ। ପରେ ରାତିରେ ସେମାନେ ବାନ୍ତି, ପେଟ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସମସ୍ତଙ୍କୁ ସୁନାବେଡ଼ା ଓ ମଥାଲପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବୁଧାରୀ ସରପଞ୍ଚ କହିଛନ୍ତି, “ସମସ୍ତ ମହିଳା ଓ ଶିଶୁ ଆଇସକ୍ରିମ୍ ଖାଇଥିଲେ ଏବଂ ପରେ ସେମାନେ ଅସୁସ୍ଥତା ଅନୁଭବ କରିବା ପରେ ଆମକୁ ସେମାନଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଥିଲା।
ନକଲି ଆଇସକ୍ରିମ୍ ବିକ୍ରି ଘଟଣାର ତଦନ୍ତ କରିବାକୁ ସରପଞ୍ଚ ଦାବି କରିଛନ୍ତି।
ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି, ବିଳମ୍ବିତ ରାତିରେ ଘଟଣା ସମ୍ପର୍କରେ ଖବର ପାଇ ସୁନାବେଡ଼ା ଡାକ୍ତରଖାନା ପରିଦର୍ଶନ କରିଥିଲି। କିଛି ବ୍ୟବସାୟୀ ଏହି ଆଇସକ୍ରିମ୍ ବିକ୍ରି କରିଥିଲେ ଏବଂ ଯେଉଁମାନେ ଏହାକୁ ଖାଇଥିଲେ ସେମାନେ ପରବର୍ତ୍ତୀ ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ୩ଟି ଗାଁର ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।