ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା, ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ।
ଅଣହିନ୍ଦୁ ଜଣଙ୍କ କଲମ୍ବିଆର
ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ ।କଲମ୍ବିଆର ଜଣେ ଅଣହିନ୍ଦୁ ପ୍ରବେଶ କରିଥିଲେ। ପରେ ତାଙ୍କୁ ମନ୍ଦିର ଭିତରୁ ବାହାର କରା ଯାଇଛି। ଖବର ଅନୁଯାୟୀ, ପବିତ୍ର ସ୍ନାନ ପୂର୍ଣ୍ଣିମା ଲାଗି କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ତାଙ୍କୁ ବାହାରକୁ ବାହାର କରିଥିଲେ। ତେବେ ଏହାରି ମଧ୍ୟରେ ଏତେ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ କେମିତି ଜଣେ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।