ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ ନୁହେଁ, ୨୭୫: ମୁଖ୍ୟ ଶାସନ ସଚିବ

ଜିଲ୍ଲାପାଳଙ୍କ ବିସ୍ତୃତ ଯାଞ୍ଚ ଓ ରିପୋର୍ଟ ପରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୫ ରେ ପହଞ୍ଚିଛି ବୋଲି ଶ୍ରୀ ଜେନା କହିଛନ୍ତି।

ଦୁଇ ଥର ମୃତଦେହ ଗଣନା କରାଯାଇଥିବାରୁ ମୃତକଙ୍କ ସଂଖ୍ୟା ୨୮୮ ବୋଲି କୁହା ଯାଉଥିଲା

ଭୁବନେଶ୍ବର: ବାଲେଶ୍ୱର ରେଳ ଦୁର୍ଘଟଣାରେ ସରକାରୀ ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ ବରଂ ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଘଟଣାସ୍ଥଳରେ ଏବଂ ପୁଣି ଥରେ ଡାକ୍ତରଖାନାରେ ଦୁଇ ଥର ମୃତଦେହ ଗଣନା କରାଯାଇଥିବାରୁ ମୃତକଙ୍କ ସଂଖ୍ୟା ଠିକ୍ ନୁହେଁ ବୋଲି କୁହାଯାଇଥିଲା। ଏବେ ଜିଲ୍ଲାପାଳଙ୍କ ବିସ୍ତୃତ ଯାଞ୍ଚ ଓ ରିପୋର୍ଟ ପରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୫ ରେ ପହଞ୍ଚିଛି ବୋଲି ଶ୍ରୀ ଜେନା କହିଛନ୍ତି।
ଶ୍ରୀ ଜେନାଙ୍କ କହିବାନୁଯାୟୀ, ୨୭୫ଟି ମୃତଦେହ ମଧ୍ୟରୁ ୭୮ଟି ମୃତଦେହ ଚିହ୍ନଟ କରାଯାଇ ସଂପୃକ୍ତ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ଆଉ ୧୦ଟି ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ବାଲେଶ୍ୱରରୁ ୧୭୦ ମୃତଦେହ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ୧୭ ଜଣଙ୍କୁ ରାଜଧାନୀକୁ ଅଣାଯାଉଛି।