ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଯାଜପୁର ଜିଲ୍ଲାରେ ଏକ ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଜଣାପଡିଛି

ଯାଜପୁର: ଯାଜପୁର ଜିଲ୍ଲାରେ ଏକ ବୋଲେରୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ଯାଜପୁର ଥାନା ଅନ୍ତର୍ଗତ ଯୋଡିକୁଆ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ମେଦିନପୁରର ଏସ୍ କେ ମୋତି। ଆହତମାନେ ହେଲେ ଶେଖ୍ ନାହାଜ ହୁସେନ୍ ଓ ଏକ୍ରା ମୁନ୍। ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ବୋଲେରୋ ସହ ସେମାନେ ଯାଉଥିବା ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଏସ୍ କେ ମୋତିଙ୍କ ମୃତ୍ୟୁ ଘଟିଥିବା ବେଳେ ନାହାଜ ହୁସେନ୍ ଓ ଏକ୍ରା ମୁନ୍ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଏକ୍ରା ମୁନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।