ବିଳମ୍ବରେ ଆସିପାରେ ମୌସୁମୀ: ଆଇଏମଡି

ଦକ୍ଷିଣ ପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହୋଇଛି ତେଣୁ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ।

ଦକ୍ଷିଣ ଆରବ ସାଗରରେ ପଶ୍ଚିମ ପବନ ବୃଦ୍ଧି ପାଉଥିବାରୁ ସ୍ଥିତି ଅନୁକୂଳ ହେବାରେ ଲାଗିଛି

ଭୁବନେଶ୍ବର : କେରଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସଦ୍ୟତମ ପାଣିପାଗ ବିଭାଗରୁ ଜଣାପଡିଛି ଯେ ଦକ୍ଷିଣ ପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହୋଇଛି । ଦକ୍ଷିଣ ଆରବ ସାଗରରେ ପଶ୍ଚିମ ପବନ ବୃଦ୍ଧି ପାଉଥିବାରୁ ସ୍ଥିତି ଅନୁକୂଳ ହେବାରେ ଲାଗିଛି। ଏଥିସହିତ ପଶ୍ଚିମ ପବନର ଗଭୀରତା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଦିଗକୁ ଗତି କରି ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।