୫ଟି ମଡେଲରେ ତିଆରି ହେବ ବାହାନଗା ହାଇସ୍କୁଲ

୫ଟି ମଡେଲରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବାଲେଶ୍ୱର: ୫ଟି ମଡେଲରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫ଟି ସଚିବ ଭିକେ ପାଣ୍ଡିଆନ, ବିଦ୍ୟାଳୟ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ତି, ବାଲେଶ୍ୱର ଜିଲ୍ଲାପାଳ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱରର ବାହାନଗା ହାଇସ୍କୁଲରେ ଓଡ଼ିଶା ରେଳ ଦୁର୍ଘଟଣାରେ ପୀଡ଼ିତଙ୍କ ମୃତଦେହକୁ ଟ୍ରାନଜିଟ୍ ସ୍ଥାନ ଭାବେ ରଖାଯାଇଥିଲା। ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ବାହାନଗା ସ୍କୁଲକୁ ଶବଗୃହରେ ପରିଣତ କରାଯାଇଥିଲା। ସ୍କୁଲ ଖୋଲିବା ପରେ ପିଲାମାନେ ଯେପରି ଭୟଭୀତ ନ ହୁଅନ୍ତି ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ତହସିଲଦାର ଓ ପୁଲିସ ଉପସ୍ଥିତିରେ ହାଇସ୍କୁଲକୁ ଉଚ୍ଛେଦ କରାଯାଉଛି।