ତାତିରେ ଜଳୁଛି ଓଡିଶା: ଆର୍ଦ୍ରତା ସାଜୁଛି ବିପଦ

ଖରା ଅଧିକ ନହେଲେ ବି ଆର୍ଦ୍ରତା ଯୋଗୁଁ ବଢୁଛି ଗୁଳୁଗୁଳି

ରାଜଧାନୀରେ ତାପମାତ୍ରା ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ତାତିରେ ସାରା ଓଡିଶା ଜଳୁଛି । ଖରା ଅଧିକ ନହେଲେ ବି ଆର୍ଦ୍ରତା ଯୋଗୁଁ ବଢୁଛି ଗୁଳୁଗୁଳି । ତାପମାତ୍ରା କମ୍ ଥିଲେ ବି ଉଚ୍ଚ ଆର୍ଦ୍ରତା ହେତୁ ଗୁଳୁଗୁଳି ଅସହ୍ୟ ହେଉଛି । ପଶ୍ଚିମ ଓ ଉପକୂଳ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ପ୍ରବଳ ଗରମ ଓ ଆର୍ଦ୍ରତା ସାରା ଓଡିଶାର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପୁରୀରେ ଆର୍ଦ୍ରତା ୮୬%, ଭୁବନେଶ୍ୱରରେ ୭୯%, କଟକରେ ୭୬%, ଗୋପାଳପୁରରେ ୭୫%, ବାଲେଶ୍ୱର ଓ ଚାନ୍ଦବାଲିରେ ୬୫% ଏବଂ ପାରାଦୀପରେ ୬୩% ଆର୍ଦ୍ରତା ରେକର୍ଡ କରାଯାଇଛି ।
ସୂଚନାନୁଯାୟୀ, ସମ୍ବଲପୁରରେ ୩୬ ଡିଗ୍ରୀ, ଝାରସୁଗୁଡା ୩୫.୪ ଡିଗ୍ରୀ, ହୀରାକୁଦ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରାରେ କୌଣସି ଉଲ୍ଲେଖନୀୟ ହ୍ରାସ ଘଟିବ ନାହିଁ । କିନ୍ତୁ ଓଡିଶାର କିଛି ଜିଲ୍ଲାରେ ପାଗ ମେଘାଚ୍ଛନ୍ନ ରହିବ ।