ଦିନ ଅପେକ୍ଷା ରାତିରେ ପ୍ରବଳ ତାତି

ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରି, ସମ୍ବଲପୁରରେ ୩୮.୨ ଓ ହୀରାକୁଦରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି।

ରାତିର ତାପମାତ୍ରା ୨୪ ଡିଗ୍ରି ଅତିକ୍ରମ କରାଯାଉଛି

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରି, ସମ୍ବଲପୁରରେ ୩୮.୨ ଓ ହୀରାକୁଦରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ତାପମାତ୍ରା ୩୩.୨ ଡିଗ୍ରି ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଓ ଝାରସୁଗୁଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ସମ୍ବଲପୁରରେ ରାତିର ତାପମାତ୍ରା ୩୧.୬ ଡିଗ୍ରୀ ସେଲସିୟସ ରହିଥିଲା, ଯାହା ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ଅଧିକ। ସେହିପରି ଟିଟିଲାଗଡ଼ ଓ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୬.୨ ଡିଗ୍ରୀ ଓ ୫ ଡିଗ୍ରୀ ବୃଦ୍ଧି ପାଇଛି।

ସୋମବାର ସମ୍ବଲପୁରରେ ସର୍ବନିମ୍ନ ତାପମାତ୍ରା ୨୯.୨ ଡିଗ୍ରି ରହିଥିଲା। ଗତ ୧୧ ବର୍ଷ ମଧ୍ୟରେ ପଶ୍ଚିମ ଓଡ଼ିଶାର ସହରରେ ରାତିର ତାପମାତ୍ରା ୨୪ ଡିଗ୍ରି ଅତିକ୍ରମ କରିନଥିବା ବେଳେ ଏବେ କିନ୍ତୁ ଦିନ ଅପେକ୍ଷା ରାତିରେ ତାପମାତ୍ରା ଅଧିକ ରହୁଛି।