ବାହାନଗା ଗ୍ରାମର ବିକାଶ ପାଇଁ ୨ କୋଟି ଟଙ୍କାର ସହାୟତା ଘୋଷଣା କଲେ ରେଳମନ୍ତ୍ରୀ
ରେଳମନ୍ତ୍ରୀ ବଜାର ଷ୍ଟେସନ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ବାହାନଗା ଗ୍ରାମର ବାସିନ୍ଦାମାନଙ୍କ ସହ ଆଲୋଚନା କରିଛନ୍ତି।
ଟ୍ରେନ ଦୁର୍ଘଟଣାରେ ସାହାଯ୍ୟ କରିଥିବାରୁ ବାହାନଗାବାସୀଙ୍କୁ ଧନ୍ୟବାଦ ଜଣାଇଲେ
ବାଲେଶ୍ୱର : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ଵର ଗସ୍ତ କରିଥିଲେ। ରେଳମନ୍ତ୍ରୀ ବଜାର ଷ୍ଟେସନ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ବାହାନଗା ଗ୍ରାମର ବାସିନ୍ଦାମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଜୁନ୍ ୨ ରେ ରେଳ ଦୁର୍ଘଟଣା ସମୟରେ ସହଯୋଗ କରିଥିବାରୁ ବାହାନଗାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ୨ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମନ୍ତ୍ରୀ ଘୋଷଣା କରିଥିବା ୨ କୋଟି ଟଙ୍କାର ସହାୟତା ମଧ୍ୟରୁ ୧ କୋଟି ଟଙ୍କା ବାହାନଗା ଅଞ୍ଚଳର ବିକାଶ ପାଇଁ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ବେଳେ ବାକି ୧ କୋଟି ଟଙ୍କା ବାହାନଗା ଡାକ୍ତରଖାନାର ବିକାଶ ପାଇଁ ରେଳବାଇ ପାଣ୍ଠିରୁ ମଞ୍ଜୁର ହୋଇଛି।