ଏକାଦଶ ଶ୍ରେଣୀରେ ନାମଲେଖା ଆବେଦନ ଅବଧି ବୃଦ୍ଧି

ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଜୁଲାଇ ୨ରେ ପ୍ରଥମ ଓ ୧୬ରେ ଦ୍ବିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ

ଭୁବନେଶ୍ବର: ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଜୁନ ୨୦ ଯାଏ ଥିବା ଅବଧିକୁ ରାଜ୍ୟ ସରକାର ପରିବର୍ତ୍ତନ କରି ଜୁନ୍ ୨୬ ଯାଏ ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରିଛି।
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୨ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ। ସେହିପରି ଜୁଲାଇ ୧୬ରେ ଦ୍ବିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ଜୁଲାଇ ୧୯ ସୁଦ୍ଧା ନାମଲେଖା ଶେଷ ହେବ ଏବଂ ସ୍ପଟ୍ ସିଲେକ୍ସନ ନାମଲେଖା ପ୍ରକ୍ରିୟା ଜୁଲାଇ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୭ ପର୍ଯ୍ୟନ୍ତ ଚାଲିବ।