ମୋଦିଙ୍କୁ ଭେଟିଲେ ଏଲନ ମସ୍କ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଥିବା ବେଳେ ଗତ କାଲି ଟେସଲା ସିଇଓ ତଥା ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିଛନ୍ତି
ଖୁବ୍ ଶୀଘ୍ର ଭାରତ ଆସୁଛି ଟେସଲା:ଏଲନ ମସ୍କ
ଆମେରିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଥିବା ବେଳେ ଗତ କାଲି ଟେସଲା ସିଇଓ ତଥା ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିଛନ୍ତି । ମସ୍କଙ୍କ ସହ ମୋଦିଙ୍କ ସାକ୍ଷାତ ପରେ ଟେସଲା କମ୍ପାନୀ ଭାରତ ଆସିବାର ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ମସ୍କଙ୍କୁ ଭେଟିବା ପରେ ମୋଦି ଟ୍ୱିଟ କରିଛନ୍ତି, ‘‘ଏଲନ ମସ୍କଙ୍କ ସହ ସାକ୍ଷାତ କରି ଭଲ ଲାଗିଲା । ଆମେ ଶକ୍ତିଠାରୁ ଆରମ୍ଭ କରି ଆଧ୍ୟାତ୍ମିକତା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲୁ ।’’ ସେହିପରି ମସ୍କ ମୋଦିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ‘‘ ମୁଁ ମୋଦିଙ୍କର ଏକ ବଡ ପ୍ରଶଂସକ । ମୋଦିଙ୍କ ସହ ଏହା ଏକ ଚମକôାରପୂର୍ଣ୍ଣ ସାକ୍ଷାତ ଥିଲା ଏବଂ ମୁଁ ତାଙ୍କୁ ବହୁତ ପସନ୍ଦ କରେ । କିଛି ଦିନ ତଳେ ସେ ଟେସଲା ପରିଦର୍ଶନ କରିଥିଲେ । ଭାରତରେ ଟେସଲାର ଭବିଷ୍ୟତକୁ ନେଇ ମୁଁ ଅତ୍ୟନ୍ତ ଉସôାହିତ । ମୁଁ ଭାବୁଛି ବିଶ୍ୱର ଯେକୌଣସି ବୃହତ ଦେଶ ତୁଳନାେରେ ଭାରତର ଅଧିକ ପ୍ରତିଶ୍ରୁତିବଦ୍ଧ ।’’