ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ: ଅପହରଣ ସନ୍ଦେହରେ ଦୁଇ ଜଣଙ୍କୁ ମାଡ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗ୍ରାମବାସୀରେ ଆଜି ବସିଛି କଙ୍ଗାରୁ କୋର୍ଟ।

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ମହିଳା ଓ ସହଯୋଗୀଙ୍କୁ ମାଡ଼

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗ୍ରାମବାସୀରେ ଆଜି ବସିଛି କଙ୍ଗାରୁ କୋର୍ଟ। ଅପହରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟରେ ନିର୍ମମ ଭାବେ ମାଡ଼ ମାରିଛନ୍ତି ଗ୍ରାମବାସୀ। ଏ ସଂକ୍ରାନ୍ତରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାଟପଳାସା ଗ୍ରାମର ମମତା ମହାକୁଡ଼ ଓ ଅଫଜଲ ଅନସାରୀ ସେହି ଗ୍ରାମର ଅନାମ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ୧୩ ବର୍ଷୀୟା ଝିଅକୁ ରଥଯାତ୍ରା ଦେଖିବାକୁ ନେବା ବାହାନା କରି ଅପହରଣ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାବାଳିକା ଜଣଙ୍କ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ତେବେ ମମତା ଓ ଅଫଜଲ ଉକ୍ତ ନାବାଳିକାଙ୍କୁ ବାଇକରେ ବସାଇ ନେଉଥିବାର କିଛି ଗ୍ରାମବାସୀ ଦାବି କରିଛନ୍ତି। ତେଣୁ ଅପହରଣ ସନ୍ଦେହ କରି ଗ୍ରାମବାସୀ ମମତା ଓ ଅଫଜଲଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ ମାରିଥିବା ବେଳେ ପୋଲିସ ଯାଇ ସେ ଦୁଇ ଜଣଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷରେ ନାବାଳିକାର ଖୋଜଖବର ଏବେ ଯାଏଁ ବି ମିଳି ନଥିବା ବେଳେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତ ଆରମ୍ଭ କରିଛି।