ସର୍ବୋଚ୍ଚସ୍ତର ୬୩.୫୮୮ ଟପିଲା ସେନସେକ୍ସ

ଭାରତୀୟ ଇକ୍ୱିଟି ସୂଚକାଙ୍କ ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି

ରିଅଲିଟି ସୂଚକାଙ୍କରେ ସର୍ବାଧିକ ବୃଦ୍ଧି

ମୁମ୍ବାଇ: ଭାରତୀୟ ଇକ୍ୱିଟି ସୂଚକାଙ୍କ ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି । ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୬୦ ପଏଂଟ ବା ୦.୪୧% ବୃଦ୍ଧି ପାଇ ୬୩,୫୮୮ରେ ପହଂଚିଥିବା ବେଳେ ନିଫ୍ଟି୫୦ ୧୮,୮୭୦ରେ କାରବାର କରୁଥିଲା । ସେହିପରି ସେକ୍ଟୋରାଲ ଇଣ୍ଡେକ୍ସରେ ବ୍ୟାଙ୍କ ନିଫ୍ଟି ୪୩, ୭୬୨.୫୫%, ନିଫ୍ଟି ମିଡିଆ ୧.୬୩%, ନିଫ୍ଟି ଅଟୋ ୦.୩୭%, ନିଫ୍ଟି ଫାର୍ମା ୦.୩୪% ଓ ନିଫ୍ଟି ମେଟାଲ ୦.୨୪% ହ୍ରାସ ପାଇଛି । ସୂଚନାନୁଯାୟୀୂ, ଗତ ଡିସେମ୍ବର ୧ ସୁଦ୍ଧା ସର୍ବୋଚ୍ଚ ସ୍ତର ନିଫ୍ଟି ୬୩,୫୮୩ ଥିଲା ।