ବଦଳିଲା ‘ଆଦିପୁରୁଷ’ ଫିଲ୍ମ ଡାଏଲଗ

ପ୍ରଭାସ ଏବଂ କୃତି ସାନନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ରେ ବଦଳିଲା ଡାଏଲଗ

ଆଜି ‘ଆଦିପୁରୁଷ’ ଫିଲ୍ମ ନିର୍ମାତା କଲେ ଡାଏଲଗ ପରିବର୍ତ୍ତନ

ମୁମ୍ବାଇ : ପ୍ରଭାସ ଏବଂ କୃତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ରେ ବଦଳିଲା ଡାଏଲଗ। ଫିଲ୍ମର ସଂଳାପରେ କିଛି ବିବାଦୀୟ ଶବ୍ଦ ପ୍ରୟୋଗ କରାଯାଇ ଥିବାରୁ ଦର୍ଶକମାନେ ଘୋର ବିରୋଧ କରିଥିଲେ। ଯାହାଫଳରେ ଆଜି ‘ଆଦିପୁରୁଷ’ ଫିଲ୍ମ ନିର୍ମାତା ଏହି ଡାଏଲଗ ପରିବର୍ତ୍ତନ କରିଛନ୍ତି।

ସୂଚନାଯୋଗ୍ୟ, ଲଙ୍କା ଦହନ ଦୃଶ୍ୟରେ ବଜରଙ୍ଗ (ହନୁମାନ)ଙ୍କ ଭୂମିକାରେ ଅଭିନୟ କରିଥିବା ଦେବଦତ୍ତ ନାଗେ ଏହି ସଂଳାପ ରଚନା କରିଥିଲେ। ପୂର୍ବରୁ ଡାଏଲଗ ଥିଲା ‘କପଡା ତେରେ ବାପ କା, ତେଲ ତେରେ ବାପ କା, ଆଗ ଭି ତେରେ ବାପ କି, ଜଲେଗି ଭୀ ତେରେ ବାପ କି’। ବଦଳିଲା ପରେ ଡାଏଲଗ ହେଉଛି ‘କପଡା ତେରି ଲଙ୍କାକା, ଆଗ ଭି ତେରି ଲଙ୍କା କି, ଜଲେଗି ଭି ତେରୀ ଲଙ୍କା କି। ଗତ ଜୁନ୍ ୧୬ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ନେଇ ରିଲିଜ ଆରମ୍ଭରୁ ବିବାଦ ସୃଷ୍ଟି ହୋଇଛି।