କୁମ୍ଭୀର ଆଁରେ ମଣିଷ

କେନ୍ଦ୍ରାପଡ଼ା ଜିଲ୍ଲାରେ ବୁଧବାର ଗୋଟିଏ କୁମ୍ଭୀର ଜଣେ ମହିଳାଙ୍କୁ ପୋଖରୀ ପାଣି ଭିତରକୁ ଟାଣି ନେଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କରୁ ମିଳୁନି ମୁକ୍ତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବୁଧବାର ଗୋଟିଏ କୁମ୍ଭୀର ଜଣେ ମହିଳାଙ୍କୁ ପୋଖରୀ ପାଣି ଭିତରକୁ ଟାଣି ନେଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ହାତିଆଗଡ଼ି ଗାଁରେ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ କୁମ୍ଭୀର ଜଣେ ମହିଳାଙ୍କୁ ପୋଖରୀ ଭିତରକୁ ଟାଣି ନେଇଥିଲା। ବାସନ ଧୋଉଥିବା ବେଳେ ମହିଳାଙ୍କୁ କୁମ୍ଭୀର କାମୁଡ଼ି ଦେଇଥିଲା। ତେବେ ଏପର୍ଯ୍ୟନ୍ତ ଯାଏ ଉକ୍ତ ମହିଳାଙ୍କର କୌଣସି ଖୋଜଖବର ମିଳି ପାରିନାହିଁ। ସେହିପରି ଗତ ଜୁନ୍ ୧୪ ତାରିଖରେ ମଧ୍ଯ ଏକ ନାବାଳକକୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା। ପରେ ଉକ୍ତ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା।