ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ଜୟନ୍ତୀ ବେହେରା

ଜୟନ୍ତୀ ବେହେରାଙ୍କ ସମ୍ପତି ଉପରେ ଏକକାଳୀନ ଚଢାଉ

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ଜୟନ୍ତୀ ବେହେରା। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତଥା ଭୁବନେଶ୍ୱର ଡିଏସଡବ୍ଲୁଓ ବିଭାଗରେ କାର୍ଯ୍ୟରତ ଜୟନ୍ତୀ ବେହେରାଙ୍କ ସମ୍ପତି ଉପରେ ଚଢାଉ ଜାରି ରହିଛି।
ଭୁବନେଶ୍ବର, ଭଦ୍ରକ ଓ ବାଲେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ଚଢାଉରେ ନିୟୋଜିତ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ବେହେରାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରା ଯାଇ ପାରିନାହିଁ।