ଓଡ଼ିଶା ଛୁଇଁଲା ମୌସୁମୀ

ଆଜିଠାରୁ ରାଜ୍ୟବାସୀଙ୍କୁ ଗରମରୁ ମିଳିବ ଆଶ୍ୱସ୍ତି। ଓଡ଼ିଶା ଛୁଇଁଛି ମୌସୁମୀ।

ଆସନ୍ତା କାଲିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର : ଆଜିଠାରୁ ରାଜ୍ୟବାସୀଙ୍କୁ ଗରମରୁ ମିଳିବ ଆଶ୍ୱସ୍ତି। ଓଡ଼ିଶା ଛୁଇଁଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ୍ ଗୁରୁବାର ଓଡ଼ିଶାରେ ପହଞ୍ଚିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପାଇଁ ସ୍ଥିତି ଅନୁକୂଳ ହେବାରେ ଲାଗିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଜୁନ୍ ୨୧ରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜିଠାରୁ ଓଡ଼ିଶାରେ ପ୍ରବେଶ କରିଛି। ମୌସୁମୀ ରାଜ୍ୟର କୌଣସି ସ୍ଥାନ ଓ ପଶ୍ଚିମ ଭାଗଛୁଇଁବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୩ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଏବେ ବି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।