୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କାରବାର ସନ୍ଧାନ ପାଇଲା ଓଡିଶା ଏସଟିଏଫ

ଅଭିଯୁକ୍ତମାନେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କାରବାର କରୁଥିବାର ଓଡିଶା ଏସଟିଏଫ ଠାବ କରିଛି

ଓଟିପି ସେୟାରିଂ ଦୁର୍ନୀତି ଘଟଣାରେ ଓଡିଶା ଏସଟିଏଫକୁ ମିଳିଛି ଆଉ ଏକ ସୁରାକ

ତେଲେଙ୍ଗାନା: ଓଟିପି ସେୟାରିଂ ଦୁର୍ନୀତି ଘଟଣାରେ ଓଡିଶା ଏସଟିଏଫକୁ ମିଳିଛି ଆଉ ଏକ ସୁରାକ । ଅଭିଯୁକ୍ତମାନେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କାରବାର କରୁଥିବାର ଓଡିଶା ଏସଟିଏଫ ଠାବ କରିଛି । ଓଟିପି ସେୟାରିଂ ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଯାଜପୁରର ପ୍ରୀତମ କର ଓ ନୟାଗଡର ସରୋଜ କୁମାର ନାୟକ କ୍ରିପ୍ଟୋ କାରବାରରେ ସମ୍ପୃକ୍ତ ଥିବାର ଏସଟିଏଫ ଜାଣିବାକୁ ପାଇଛି । ସୂଚନାନୁସାରେ, ପ୍ରୀତମଙ୍କ ଆକାଉଂଟରେ ୧ କୋଟି ଟଙ୍କାର କ୍ରିପ୍ଟୋ କାରବାର ଓ ସରୋଜଙ୍କ ଆକାଉଂଟରେ ୩ ଲକ୍ଷ ଟଙ୍କାର କ୍ରିପ୍ଟୋ କାରବାର ହୋଇଥିବା ଜାଣିବାକୁ ପାଇବା ପରେ ଏସଟିଏଫ ଆକାଉଂଟ ବ୍ଲକ କରି ଅଧିକ ତଦନ୍ତ ଜାରି ରଖିଛି ।