ମା’ଙ୍କ ସହ ଝଗଡା ହେବାରୁ ଝିଅ ପିଇଲା ବିଷ

ମା’ଙ୍କ ସହ ଝଗଡା ହେବାରୁ ନାବାଳିକା ଝିଅ ବିଷ ପିଇ ଆତ୍ମହତ୍ୟା କରିଛି

ବିଷ ପିଇ ଆତ୍ମହତ୍ୟା କଲା ଝିଅ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ମା’ଙ୍କ ସହ ଝଗଡା ହେବାରୁ ନାବାଳିକା ଝିଅ ବିଷ ପିଇ ଆତ୍ମହତ୍ୟା କରିଛି । ଏହି ଘଟଣାଟି ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ ନାଡି ଗାଁରେ ଘଟିଛି । ସୂଚନାନୁଯାୟୀ, ଗତ କାଲି ସହଦେବଙ୍କ ପତ୍ନୀ ଓ ଝିଅ ସୁକାନ୍ତି ମଧ୍ୟରେ କୌଣସି କାରଣବଶତଃ ଝଗଡା ହୋଇଥିଲା । କିନ୍ତୁ ସୁକାନ୍ତି ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଏହି ବିଷୟରେ ଜାଣିପାରି ତୁରନ୍ତ ସୁକାନ୍ତିଙ୍କୁ ଭଦ୍ରକ ଜିଲ୍ଲା ଚିକିସôାଳୟରେ ଭର୍ତି କରିଥିଲେ । ଆଜି ଚିକିସôାଧୀନ ଅବସ୍ଥାରେ ହିଁ ତାଙ୍କର ମୃତୁ୍ୟ ହୋଇଥିବାର ସୂଚନା ମିଳିଛି ।