ବାହାନଗା ହାଇସ୍କୁଲ ପୁନଃନିର୍ମାଣ ପାଇଁ ୨.୪୯ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବାହାନଗା ହାଇସ୍କୁଲ ପୁନଃନିର୍ମାଣ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ମଞ୍ଜୁର

ବାଲେଶ୍ୱର: ବାହାନଗା ହାଇସ୍କୁଲ ପୁନଃନିର୍ମାଣ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୫-ଟି ଅଧିନରେ ସ୍କୁଲ ନିର୍ମାଣ ପାଇଁ ୨ କୋଟି ୪୯ ଲକ୍ଷ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।
ସୂଚନାନୁସାରେ, ବାହାନଗା ହାଇସ୍କୁଲରେ ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ରଖାଯାଇଥିବାରୁ ଏହି ସ୍କୁଲକୁ ଭାଙ୍ଗି ପୁନଃନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।