ଓଡିଶାରେ ପହଂଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଓଡିଶାରେ ଆସି ପହଂଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଆସନ୍ତାକାଲି ଜନସମ୍ପର୍କ ଅଭିଯାନରେ ଯୋଗ ଦେବେ

ବାଲେଶ୍ୱର: ଓଡିଶାରେ ଆସି ପହଂଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆଜି ଅପରାହ୍ଣ ୫ଟାରେ ଜେ.ପି. ନଡ୍ଡା ଝାରସୁଗୁଡାର ସୁରେନ୍ଦ୍ରସାଏ ବିମାନବନ୍ଦରରେ ଆସି ଓହ୍ଲାଇବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର ଅନ୍ୟ ନେତାମାନେ ସ୍ୱାଗତ କରିଥିଲେ । ଝରସୁଗୁଡାରେ ପହଂଚିବା ପରେ ନଡ୍ଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଉଦଘାଟନ କରିଥିଲେ ।
ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ନଡ୍ଡା ଦଳୀୟ କର୍ମୀଙ୍କ ସହ ଦଳ ସମ୍ପର୍କିତ ଆଲୋଚନା କରିବେ । ଆସନ୍ତା କାଲି ସେ ଭବାନୀପାଟଣାର ମାଣିକେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ଓ ପରେ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଜନସମ୍ପର୍କ ଅଭିଯାନରେ ସାମିଲ ହେବେ ।