ଡିଏନଏ ଟେଷ୍ଟ ଦ୍ୱାରା ୨୯ ମୃତଦେହ ଚିହ୍ନଟ

ବାହାନଗା ରେଳ ଦୁର୍ଘଟଣାରେ ୨୯ ଜଣଙ୍କ ମୃତଦେହ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ ଟରାଯାଇଛି

ଚିହ୍ନଟ ମୃତଦେହକୁ ଆଜି ହସ୍ତାନ୍ତର କରାଯିବ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାକୁ ଏକ ମାସ ବିତିବା ପରେ ୨୯ ଜଣଙ୍କ ମୃତଦେହ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ ଟରାଯାଇଛି । ଆଜି ସମସ୍ତ ଚିହ୍ନଟ ମୃତଦେହକୁ ମୃତକଙ୍କ ପରିବାର ତଥା ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମୃତଦେହ ଚିହ୍ନଟ ସହ ଗନ୍ତବ୍ୟସ୍ଥଳକୁ ନେବା ସମସ୍ତ ସୁବିଧା ଯୋଗାଇ ଦିଆଯିବ ଏବଂ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବଦାହ ପାଇଁ ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷରେ ଆହୁରି କେତେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନାହିଁ । ତେଣୁ ଦାବିଦାର ସମ୍ପର୍କୀୟଙ୍କୁ ଡିଏନଏ ଟେଷ୍ଟ ପାଇଁ ରେଳବାଇ ପକ୍ଷରୁ ନିବେଦନ କରାଯାଇଛି ।