ଧୋଇ ଗଲା ଧବଳେଶ୍ୱର ଅସ୍ଥାୟୀ ପୋଲ

ଆଠଗଡ ଅଂଚଳର ଧବଳେଶ୍ୱର ମନ୍ଦିରକୁ ଯିବା ପାଇଁ ଥିବା ଅସ୍ଥାୟୀ ରାସ୍ତା ଧୋଇ ହେଇଯାଇଛି

ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କ ଦର୍ଶନରୁ ବଂଚିତ

କଟକ: କଟକ ଜିଲ୍ଲା ଆଠଗଡ ଅଂଚଳର ଧବଳେଶ୍ୱର ମନ୍ଦିରକୁ ଯିବା ପାଇଁ ଥିବା ଅସ୍ଥାୟୀ ରାସ୍ତା ଧୋଇ ହେଇଯାଇଛି । ବର୍ଷା ଯୋଗୁଁ ମହାନଦୀରେ ପ୍ରବଳ ଜଳପ୍ରବାହ ଯୋଗୁଁ ଏହି ଅସ୍ଥାୟୀ ରାସ୍ତା ଧୋଇ ଯାଇଥିବାର ଦେଖିବାକୁ ମିଳିଛି । ଏ ନେଇ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ମନ୍ଦିରକୁ ସଂଯୋଗ କରିଥିବା ଝୁଲା ପୋଲରେ କିଛି ସମସ୍ୟା ଥିବାରୁ ତାହାକୁ ବନ୍ଦ କରାଯାଇ ଚଳିତବର୍ଷ ଜାନୁଆରୀ ୧୧ ତାରିଖରେ ମହାନଦୀ ଉପରେ ଭକ୍ତଙ୍କ ଯିବା ଆସିବା ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ପୋଲ ଏବେ ଧୋଇ ଯିବାରୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯିବା ପାଇଁ ସମସ୍ୟା ଉପୁଜିଛି ।