ଜୁଲାଇ ୪ରୁ ପୁଣି ଲଘୁଚାପ: ଆଇଏମଡି

ଆସନ୍ତା ଜୁଲାଇ ୪ରୁ ପୁଣି ବର୍ଷା ହେବାର ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଆସନ୍ତା ୨୪ ଘଂଟା ମଧ୍ୟରେ ଭୁବନେଶ୍ୱର ସହ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଓ ବଜ୍ରପାତ

ଭୁବନେଶ୍ୱର: ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ଜୁଲାଇ ୪ରୁ ପୁଣି ବର୍ଷା ହେବାର ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ଯୋଗୁଁ ଓଡିଶାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆସନ୍ତା ୨୪ ଘଂଟା ମଧ୍ୟରେ ଭୁବନେଶ୍ୱର ଓ ଏହାର ଉପକଂଠରେ ବର୍ଷା ହେବାର ଅଛି ଏବଂ ରାଜ୍ୟରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି ।
ଜୁଲାଇ ୨ ତାରିଖରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ କେନ୍ଦ୍ରାପଡା. ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁଲାଇ ୩ ଓ ୪ ତାରିଖରେ ବର୍ଷା ହେବାର ଅନୁମାନ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କୋରାପୁଟ, ରାୟଗଡା, ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।