ପାନ୍-ଆଧାର ଲିଙ୍କ ପାଇଁ ଆଜି ଶେଷ ତାରିଖ

ପାନ୍-ଆଧାର ଲିଙ୍କ ପାଇଁ ଆଜି ହେଉଛି ଶେଷ ତାରିଖ

ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ପାନ୍-ଆଧାର ଲିଙ୍କ ପାଇଁ ଆଜି ହେଉଛି ଶେଷ ତାରିଖ । ଜୁନ ୩୦ ପାନ୍-ଆଧାର ଲିଙ୍କ ପାଇଁ ଶେଷ ତାରିଖ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ବିଜ୍ଞପ୍ତି ଜାରି କରି ସାରିଛି । ପୂର୍ବରୁ ମାର୍ଚ୍ଚ ୩୧, ୨୦୨୩କୁ ପାନ୍-ଆଧାର ଲିଙ୍କ ପାଇଁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ ଏହାର ଅବଧିକୁ ବଢାଇ ଜୁନ ୩୦ ପର୍ଯ୍ୟନ୍ତ ରଖାଯାଇଥିଲା । ପାନ୍-ଆଧାର ଲିଙ୍କ ବାଧ୍ୟତାମୂଳକ ଥିବାରୁ ଆଜି ପରେ ଯଦି କେହି ପାନ୍-ଆଧାର ଲିଙ୍କ ନ କରନ୍ତି ତାହାଲେ ଭବିଷ୍ୟତରେ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ ।
ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ପାନ୍ ନମ୍ବର ରଖୁଥିବାର ଏବଂ ଏକାଧିକ ବ୍ୟକ୍ତିଙ୍କୁ ଗୋଟିଏ ପାନ୍ କାର୍ଡ ଦେବାର ଜଣା ପଡିବାରୁ ପାନ୍ ଡାଟାବେସର ନକଲିକରଣ ବନ୍ଦ କରିବା ପାଇଁ ଆୟକର ବିଭାଗ ଏହି ନିଷ୍ପତି ନେଇଛି । ପାନ୍-ଆଧାର ଲିଙ୍କ ନଥିଲେ ଭବିଷ୍ୟତରେ ଆୟ କାରବାର ଓ ଋଣ ନେବା ଓ ଜମା କରିବାରେ ସମସ୍ୟା ଉପୁଜିବ ।