ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର! ଖୁବ୍ ଶୀଘ୍ର ଖୋଲିବ ଧବଳେଶ୍ଵର ପୋଲ

ଅସ୍ଥାୟୀ ପୋଲ ଧୋଇଯିବା ପରେ ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ନୂତନ ପୋଲ ତିଆରି ହେବା ନେଇ ସୂଚନା ଦେଇଛନ୍ତି।

ତିଆରି ହେବ ନୂତନ ସେତୁ

କଟକ: ଶ୍ରଦ୍ଧାଳୁଙ୍କ ପାଇଁ ଖୁବ୍‌ଶୀଘ୍ର ଖୋଲିବ ଧବଳେଶ୍ୱର ପୋଲ। କଂକ୍ରିଟ ପୋଲ ତିଆରି ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଅସ୍ଥାୟୀ ପୋଲ ଧୋଇଯିବା ପରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ପାଇଁ ବହୁତ ହଇରାଣ ହୋଇଥିଲେ ଏବଂ ମନ୍ଦିର ଦର୍ଶନ କରିବାକୁ ଆସି ଫେରି ଯାଇଥିଲେ। କିନ୍ତୁ ଏବେ ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଶ୍ରଦ୍ଧାଳୁମାନେ କଂକ୍ରିଟ ପୋଲ ଦେଇ ଧବଳେଶ୍ୱର ପୀଠ ଯିବେ। କଂକ୍ରିଟ ପୋଲ କାମ ସରିଯାଇଛି, ଆପ୍ରୋଚ୍ ରୋଡ୍ କାମ ବର୍ତ୍ତମାନ ଚାଲିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆପ୍ରୋଚ ରୋଡ୍ କାମ ଶେଷ ହେବ ଏବଂ ତାପରେ ଭକ୍ତମାନେ ସେହି ରାସ୍ତା ଦେଇ ମନ୍ଦିର ଦର୍ଶନ ପାଇଁ ଯାଇପାରିବେ।