ଭୁବନେଶ୍ୱରରୁ ନକଲି ପୁଲିସ ଗିରଫ

ଭୁବନେଶ୍ବରରେ ଗୋଟିଏ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ

ଋଣ ଟଙ୍କା ପାଇବା ପାଇଁ ନକଲି ପୋଲିସର ଡ୍ରାମା

ଭୁବନେଶ୍ବର: ଭୁବନେଶ୍ବରରେ ଗୋଟିଏ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତର ନାମ ରଶ୍ମି ରଞ୍ଜନ ଭୂୟାଁ ବୋଲି ଜଣାପଡ଼ିଛି। ସେ ରଞ୍ଜନ ଜେନା ନାମକ ଜଣେ ଯୁବକଙ୍କୁ ପୋଲିସ ଅଫିସରର ପରିଚୟ ଦେଇ ମାଡ ମାରିବା ପରେ ଏସବୁ ଘଟଣା ସାମନାକୁ ଆସିଛି।
ସୂଚନାନୁସାରେ, ରଞ୍ଜନଙ୍କ ସାନ ଭାଇ କିଛି ଟଙ୍କା ଋଣ କରି ପରିଶୋଧ କରିନଥିଲେ। ଏହି ଟଙ୍କା ପାଇବା ପାଇଁ ରଶ୍ମି ଏଭଳି ନକଲି ପୋଲିସର ଡ୍ରାମା ରଚିଥିଲେ। ରଞ୍ଜନଙ୍କୁ ଏକ ଭଡା ଘରକୁ ଡାକି କିଛି ସହଯୋଗୀଙ୍କ ସହ ମିଶି ଆକ୍ରମଣ କରିଥିଲେ। ପରେ ରଞ୍ଜନ ସେଠୁ ଖସି ଆସି ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରଶ୍ମିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।