ନିଶା ନିବାରଣ କେନ୍ଦ୍ରରେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି

ଆତ୍ମହତ୍ୟା ନା ହତ୍ୟା ଏପର୍ଯ୍ୟନ୍ତ ଅସ୍ପଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନ ବିହାରର କୋଶିଶ ନିଶା ନିବାରଣ କେନ୍ଦ୍ରରେ କଏଦୀଙ୍କ କୋଠରୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ଅନ୍ତେବାସୀମାନେ କେନ୍ଦ୍ରର କର୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଖବର ପାଇ ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।