ଆଇଏମଏଫ ବେଲଆଉଟ ହାସଲ କରିବାରେ ପାକିସ୍ତାନକୁ ଆମେରିକାର ସାହାଯ୍ୟ

ଅନ୍ତର୍ଜାତୀୟ ମୁଦ୍ରା ପାଂଠି ସହ ମିଶି ପାକିସ୍ତାନକୁ ୩ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ସୁରକ୍ଷିତ ରଖିବାରେ ପାକିସ୍ତାନକୁ ସାହାଯ୍ୟ କରୁଛି ଆମେରିକା

ବୈଦେଶିକ ମନ୍ତ୍ରୀ ଓ ସଚିବ କ୍ଲିଂଟନଙ୍କ ମଧ୍ୟରେ ଫୋନରେ ବାର୍ତାଳାପ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଂଠି ସହ ମିଶି ପାକିସ୍ତାନକୁ ୩ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ସୁରକ୍ଷିତ ରଖିବାରେ ପାକିସ୍ତାନକୁ ସାହାଯ୍ୟ କରୁଛି ଆମେରିକା । ୨୦୧୯ରେ ହୋଇଥିବା ୬ ବିଲିୟନ ଡଲାର ଋଣରୁ ପାଂଠି ପ୍ରଦାନରେ ୮ ମାସ ବିଳମ୍ବ ହେବା ପରେ କର୍ମଚାରୀସ୍ତରୀୟ ଚୁକ୍ତି ହୋଇଛି । କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ସମସ୍ତ ପ୍ରକ୍ରିୟାରେ ସାହାଯ୍ୟ କରିଥିଲା, କିନ୍ତୁ ଆଇଏମଏଫ ସହ ସହମତି ପ୍ରକାଶ କରିଥିବା ସଂସ୍କାରକୁ କାର୍ଯ୍ୟକାରୀ କରିବାକୁ ଜୋର ଦେଇଥିଲା । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଏହି ପ୍ରସଙ୍ଗରେ ଆମେରିକାର ସଚିତ ଆଂଟୋନି ବ୍ଲିଙ୍କେନଙ୍କ ସହ ଟେଲିଫୋନରେ ବାର୍ତାଳାପ କରିଛନ୍ତି । ୱାଶିଂଟନରେ ଥିବା ପାକିସ୍ତାନ ଦୂତାବାସ ଆମେରିକାର ଟ୍ରେଜେରୀ ଏବଂ ବୈଦିଶିକ ବିଭାଗର ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା । ଜୁନ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଆଇଏମଏଫର ପରିଚାଳନା ନିଦେ୍ର୍ଦଶିକା କ୍ରିଷ୍ଟାଲିନାଙ୍କୁ ଭେଟି ୧.୧ ବିଲିୟନ ଡଲାରର ଗୁରୁତ୍ୱପୂର୍ଣ୍ଣ କିସ୍ତିକୁ ମୁକ୍ତ କରିବାକୁ କହିଥିଲେ ।