ୟୁସିସି ଉପରେ ଆଜି ସଂସଦୀୟ କମିଟିର ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବା ପାଇଁ ଦାବି କରିଛନ୍ତି ।

ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବା ପାଇଁ ଦାବି କରିଛନ୍ତି । ଏ ନେଇ ଆଜି ସଂସଦୀୟ ସ୍ଥାୟୀ କମିଟି ଏକ ଉଚ୍ଚସ୍ତରୀୟ ବୈଠକ କରିବ । ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୩ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ୟୁସିସି ଲାଗୁ ନେଇ ସମସ୍ତଙ୍କ ମତ ନିଆଯିବ ବୋଲି ସୁଶୀଲ ମୋଦି ପୂର୍ବରୁ କହିଥିଲେ । ଏହି ବୈଠକରେ ଆଇନ ବ୍ୟାପାର ବିଭାଗ, ବିଧାନ ବିଭାଗ ଏବଂ ଆଇନ୍ ଆୟୋଗର ପ୍ରତିନିଧି ସମେତ ବିଭିନ୍ନ ଦଳର ସାଂସଦମାନେ ମଧ୍ୟ ଯୋଗ ଦେବେ ।
ତେବେ ୟୁସିସି ନାଗରିକମାନଙ୍କର ବ୍ୟକ୍ତିଗତ ଆଇନ ପ୍ରଣୟନ ଏବଂ କାର୍ଯ୍ୟକାରୀ ପ୍ରସ୍ତାବ ଦେଇଛି । ୟୁସିସି ଲାଗୁ ହେଲେ ସମସ୍ତ ନାଗରିକଙ୍କ ପାଇଁ ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଭାବରେ ପ୍ରଯୁଜ୍ୟ ହେବ ।