ବିଦ୍ୟାଳୟ ଶିକ୍ଷା ସୂଚକାଙ୍କରେ ନିମ୍ନକୁ ଖସିଲା ଓଡିଶା: ପିଜିଆଇ ରିପୋର୍ଟ

ପ୍ରକାଶ ପାଇଲା ୨୦୨୧-୨୨ ଆର୍ଥôକ ବର୍ଷ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ

ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ରାଜ୍ୟ ୧୦ରୁ ଖସିଲା ୨୪କୁ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୧-୨୨ ଆର୍ଥôକ ବର୍ଷ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପିଜିଆଇ ରିପୋର୍ଟ ଅନୁସାରେ ୨୪ତମ ସ୍ଥାନକୁ ଖସିଛି ଓଡିଶା । ୨୦୨୦-୨୧ରେ ଏହା ୧୦ମ ସ୍ଥାନରେ ଥିବା ବେଳେ ଏବେ ଏହା ନିମ୍ନକୁ ଖସିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପିଜିଆଇ ୨.୦ ରିପୋର୍ଟକୁ ୧୦ଟି ଗ୍ରେଡରେ ବିଭକ୍ତ କରିଛି । ଦକ୍ଷ(୯୪୧-୧୦୦୦), ଉକ୍ରର୍ଷ(୮୮୧-୯୪୦), ଅତି-ଉତମ(୮୨୧-୮୮୦), ଉତମ(୭୬୧-୮୨୦), ପ୍ରଚେଷ୍ଟା ୧ (୭୦୧-୬୪୦), ପ୍ରଚେଷ୍ଟା ୨(୬୪୧-୭୦୦), ପ୍ରଚେଷ୍ଟା ୩(୫୮୧-୬୪୦), ଆକାଂକ୍ଷା ୧ (୫୨୧-୫୮୦), ଆକାଂକ୍ଷା ୨ (୪୬୧-୫୨୦) ଓ ଆକାଂକ୍ଷା ୩(୪୦୧-୪୬୦) ଟି ଗ୍ରେଡ ସିଷ୍ଟମ କରାଯାଇଛି ।
ପ୍ରଥମ ୫ଟି ଗ୍ରେଡରେ କୌଣସି ରାଜ୍ୟ ସ୍ଥାନ ପାଇନଥିବା ବେଳେ ଚଣ୍ଡିଗଡ, ପଞ୍ଜାବକୁ ପ୍ରଚେଷ୍ଟା ୨; ଗୁଜୁରାଟ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ପୁଡୁଚେରୀ ଓ ତାମିଲନାଡୁକୁ ପ୍ରଚେଷ୍ଟା ୩; ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଲାକ୍ଷାଦ୍ୱୀପ, ଛତିଶଗଡ, ମଧ୍ୟପ୍ରଦେଶ, ଦାଦ୍ରା ଆଣ୍ଡ ନଗର ହବେଳି, ଡାମନ ଡିଉ, ରାଜସ୍ଥାନ, ଗୋଆ, ସିକ୍କିମ, ହରିୟାଣା, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶକୁ ଆକାଂକ୍ଷା ୧; ଓଡିଶା, ଆସାମ, ନାଗାଲାଣ୍ଡ, ବିହାର, ଜମ୍ମୁ-କଶ୍ମୀର, ତେଲେଙ୍ଗାନା, ଝାଡଖଣ୍ଡ, ତ୍ରିପୁରା, ଲଦାଖ, ଉତରାଖଣ୍ଡ, ମଣିପୁର ଓ ଉତରପ୍ରଦେଶକୁ ଆକାଂକ୍ଷା ୨; ଏବଂ ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ମିଜୋରାମକୁ ଆକାଂକ୍ଷା ୩ ଗ୍ରେଡରେ ରଖାଯାଇଛି ।