ରୋଟାରୀ କ୍ଲବ୍‍ ପକ୍ଷରୁ ବନମହୋତ୍ସବ ପାଳନ

ବ୍ୟାସନଗରସ୍ଥିତ କଳିଙ୍ଗନଗର ରୋଟାରୀ କ୍ଲବ୍‍ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଛି

ରୋଟାରୀ କ୍ଲବର ସଭାପତି ରୋଟାରିଆନ୍‍ ପ୍ରଶାନ୍ତ ପରିଡା କଲେ ଉଦଘାଟନ

ବ୍ୟାସନଗର, ୦୮/୦୭ : ବ୍ୟାସନଗରସ୍ଥିତ କଳିଙ୍ଗନଗର ରୋଟାରୀ କ୍ଲବ୍‍ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଛି । ୨୦୨୩-୨୪ ରୋଟାରୀ କ୍ଲବର ସଭାପତି ରୋଟାରିଆନ୍‍ ପ୍ରଶାନ୍ତ ପରିଡା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କ୍ଲବ୍‍ ତରଫରୁ ଆମ୍ବ, ସୁନାରି, ଦେବଦାରୁ, ଚମ୍ପା, ବଉଳ, ଅଁଳା, ପିଜୁଳି, ମେହଗାନି, ଶାଗୁଆନ୍‍ ଇତ୍ୟାଦି ବୃକ୍ଷର ଚାରା ରୋପଣ କରାଯାଇଥିଲା । କ୍ଲବର ସମ୍ପାଦକ ରୋଟାରିଆନ୍‍ ଶ୍ରୀଯୁକ୍ତ ମନୋଜ କୁମାର ବାରିକଙ୍କ ସମତେ ରୋଟାରିଆନ୍‍ ସର୍ବଶ୍ରୀ ଲୋକନାଥ ରାଉତ, ଶିବାନନ୍ଦ ନାୟକ, ଦୀନେଶ କୁମାର ସାହୁ, ଅଚ୍ୟୁତାନନ୍ଦ ମହାନ୍ତି, କମଳଲୋଚନ ସାହୁ, ଗୋପିନାଥ ସାହୁ, ରାମଚନ୍ଦ୍ର ସେନାପତି ଏବଂ ଅରୁଣ କୁମାର ବେହେରାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମଲ୍ଲିକ, ଅଧ୍ୟାପକ ଶ୍ରୀଯୁକ୍ତ ସନାତନ ଦାସ, ଷ୍ଟାଫ୍‍ ରତ୍ନାକର ସ୍ୱାଇଁ, ରବିନ୍ଦ୍ର କୁମାର ରାଉଳ ଏବଂ ସୁବାଷ ମୁଖି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରୋଟାରିଆନ୍‍ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସଭାପତି ରୋଟାରିଆନ୍‍ ଶ୍ରୀଯୁକ୍ତ ପରିଡା ଶ୍ରୀଯୁକ୍ତ ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।